spot_img

ସ୍କଲାରସିପ ସ୍କାମର ତଦନ୍ତ କରୁଛି ସିବିଆଇ

ଆରମ୍ଭ ହେଲା ସ୍କାମର ତଦନ୍ତ । ଝାଡ଼ଖଣ୍ଡ, ବିହାର, ଆସାମ ଏବଂ ପଞ୍ଜାବରେ ହୋଇଥିବା ସ୍କାମର ତଦନ୍ତ ଆରମ୍ଭ କଲା ସିବିଆଇ । ସରକାରୀ କର୍ମଚାରୀଙ୍କ ସହାୟତାରେ ମଧ୍ୟସ୍ଥିମାନେ ଏହି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ଅଧୀନରେ ଏହି ଯୋଜନା ପରିଚାଳିତ ହେଉଅଛି । ତେବେ ରିପୋର୍ଟ ମୁତାବକ ନଭେମ୍ବରରେ ହୋଇଥିବା ଏହି ଅନିୟମିତତାର ତଦନ୍ତ ଭାର କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ନିକଟକୁ ଯାଇଥିଲା ।ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଏହାର ତଦନ୍ତ ସିବିଆଇ ହାତକୁ ଯାଇଛି । ପ୍ରି-ମ୍ୟାଟ୍ରିକ ସ୍କଲାରସିପ ସ୍କିମ ସଂଖ୍ୟାଲଘୁ ସଂମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥାଏ । ଯେଉଁ ଛାତ୍ରଛାତ୍ରୀମାନଙ୍କର ପରିବାରର ବାର୍ଷିକ ଆୟ ୧ଲକ୍ଷରୁ କମ ହୋଇଥାଏ ସେମାନଙ୍କୁ ଏହି ସ୍କିମରେ ସ୍କଲାରସିପ ଯୋଗାଇ ଦିଆଯାଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular