ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଯାଇଛି। ଆମେରିକା ସଂସଦର ‘ହାଉସ ଅଫ ରିପ୍ରେଜେଣ୍ଟିଟିଭ’ ବା ଆମେରିକା ପ୍ରତିନିଧି ସଭାରେ ବହୁମତରେ ପାରିତ ହୋଇ ଯାଇଥିବା ସୂଚନା ରହିଛି। ଟ୍ରମ୍ପଙ୍କ ବିରୋଧରେ ଐତିହାସିକ ଦ୍ବିତୀୟ ମହାଭିଯୋଗ ପ୍ରସ୍ତାବ ଉପରେ ବିତର୍କ ପରେ ‘ହାଉସ ଅଫ ରିପ୍ରେଜେଣ୍ଟିଟିଭ’ରେ ପ୍ରସ୍ତାବ ପାରିତ ହୋଇଛି। ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଭୋଟ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୧୯୭ ଖଣ୍ଡ ଭୋଟ। ୨୨୨ ଡେମୋକ୍ରାଟ ସାଂସଦ, ୧୦ ଜଣ ରିପବ୍ଲିକାନ ସାଂସଦ ଟ୍ରମ୍ପ ବିରୋଧରେ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ। ମହାଭିଯୋଗ ପ୍ରସ୍ତାବ ପାସ ପାଇଁ ୨୧୮ ଭୋଟର ଆବଶ୍ୟକତା ରହିଥିବା ବେଳେ ସପକ୍ଷରେ ପଡ଼ିଥିଲା ୨୩୨ ଭୋଟ। ଏବେ ସଂସଦର ଉପର ସଦନ ପାସ୍ ସିନେଟରେ ଜାନୁଆରି ୧୯ ତାରିଖରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବ। ତେବେ ‘ହାଉସ ଅଫ ରିପ୍ରେଜେଣ୍ଟିଟିଭ’ରେ ଡେମୋକ୍ରାଟ ସାଂସଦଙ୍କ ସଂଖ୍ୟା ଅଧିକ ଥିବାରୁ ସହଜରେ ପ୍ରସ୍ତାବ ପାରିତ ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0