ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ମାହୋଲ ସରଗରମ । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ପ୍ରମୁଖ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡା ଟକ୍କର ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳବାର ବେଙ୍ଗଲର ଗୋସାବାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ବିଜେପି ହେଭିଓ୍ବେଟ୍ ଅମିତ ଶାହା । ଭାଷଣ ଆରମ୍ଭରୁ ଶହୀଦ ଭଗତ ସିଂ, ଜୟୀ ରାଜଗୁରୁ ଏବଂ ଶୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶାହା । ବେଙ୍ଗଲବାସୀଙ୍କୁ ସମ୍ବୋଧିତ କରି ଶାହା ପୁଣି ଥରେ ଦିଦିଙ୍କୁ ଟାର୍ଗେଟ୍ କରିଛନ୍ତି । । ପିଇବା ପାଣିର ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଥିଲେ ସୁଦ୍ଧା କ୍ଷମତାରେ ଥିବା ସରକାର ଏଥିପ୍ରତି କର୍ଣ୍ଣପାତ ମଧ୍ୟ କରୁନାହିଁ ବୋଲି ଶାହା କହିଛନ୍ତି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ମାତ୍ର ୨ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ପିଇବା ପାଣି ସମସ୍ୟା ଦୂର ହେବ ବୋଲି ଶାହା କହିଛନ୍ତି । ବାତ୍ୟା ଅମ୍ଫାନ୍ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସହାୟତା ରାଶିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଅମିତ ଶାହା ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0