spot_img

ଅନ୍ୟଜାତିରେ ବିବାହ କରିଥିବାରୁ ମଲାପରେ କାନ୍ଧ ଦେବାକୁ ଆସିଲେନି ସାହି କିି ନିଜଭାଇ

ହଜିଗଲା ମାନବିକତା ମଲାପରେବି କାନ୍ଧ ଦେବାକୁ ଆସିଲେନି ସାହି ଭାଇ ଏବଂ ନିଜ ପରିବାର ଲୋକ କାରଣ ମରି ପଡିଥିବା ଅଜୟ ସାର୍ ଅନ୍ୟ ଜାତିରେ ବିବାହ କରିଥିଲେ । ଖବର ପାଇ ମଣିଷ ପଣିଆ ଦେଖାଇଛିନ୍ତି ରାଜନଗର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମା ଶାରଳା ହେଲ୍ପଫାଉଣ୍ଡେସନର କର୍ମକର୍ତ୍ତାମାନେ । ରାଜନଗର ବ୍ଲକ କଣ୍ଡିରା ଗ୍ରାମର ଅଜୟ ପଲାଇ ବୃତିରେ ଜଣେ ଶିକ୍ଷକ । ପ୍ରଥମେ ଶିକ୍ଷକତା ଓ ପରେ ସିଆରସିସି ପରେ କଣ୍ଡିରା ସ୍କୁଲରେ ପ୍ରଧାନ ଶିକ୍ଷକ ପଦବିରେ ଥିଲେ । ସେ ଖାଲି ଜଣେ ଶିକ୍ଷକ ନଥିଲେ ତାଙ୍କ ଠାରେ ଅନେକ ଭଲଗୁଣ ଥିଲା । ଜାତିପ୍ରଥା ଭଳି କୁସଂସ୍କାରକୁ ବିରୋଧ କରିବା ସହ ସେ ଅନ୍ୟଏକ ଜାତିର ଝିଅ ତଅପୋଇ ମଳିକଙ୍କୁ ପ୍ରେମ ବିବାହ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ବାପା ଓ ଭାଇ ଘରୁ ବାହାର କରିଦେଇଥିଲେ । ଅନ୍ୟଜାତିର ଝିଅକୁ ବିବାହ କରିଥିବାରୁ ଅଜୟ ସାର ହେଲେ ଅଛୁଆଁ । ଅଜୟ ସାର ଥିଲେ ମଣିଷ ତିଆରି କାରଖାନାର ମାଲିକ। ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ଭଲ ମଣିଷ ତିଆରି କରିବାରେ ତାଙ୍କ ଭୂମିକା ନିଆରା । ଅଜୟ ସାର୍ କଳିଯୁଗର ମଣିଷ ସମାଜପାଖରେ ସିନା ହାରିଯାଇଥିଲେ କିନ୍ତୁ ସେ ତାଙ୍କ ଶିକ୍ଷାଦାନ କ୍ଷେତ୍ରରେ ହାରିଯାଇନଥିଲେ । ଏକା ଏକା ବଞ୍ଚିବାର ମଜାଥିଲା ନିଆରା । ବାପାମାଙ୍କ ସ୍ନେହ ଶ୍ରଦ୍ଧା ଓ ଭଲପାଇବାକୁ ଛାଡି ସଂଘର୍ଷ କରିବଞ୍ଚିବା ତାଙ୍କ ଜୀବନର ବ୍ରତ ଥିଲା । ସଂଘର୍ଷ ଭିତରେ ସବୁଦିନ ପାଇଁ ଆଖିବୁଜି ଦେଲେ ଅଜୟ ସାର୍ । ଆଜିର ଏଇ ଅନ୍ଧ ମଣିଷ ସମାଜ ଓ ତାଙ୍କର ପରିବାର ଜାତି ଭେଦକୁ ନେଇ ଶବକୁ ଛୁଇଁଲେ ନାହିଁ ବୋଲି ଅଭିଯୋଗ ହୁଏ । ଘଣ୍ଟା ଘଣ୍ଟା ଧରି ତାଙ୍କ ମୃତ ଦେହ ପଡିରହିଥିଲା । ଶେଷରେ ମା ଶାରଳା ହେଲ୍ପ ଫାଉଣ୍ଡେସନର ମୁଖ୍ୟ ପ୍ରତିଷ୍ଠାତା ମହେଶ୍ବର ସାହୁ ,ସଭାପତି ସରୋଜ କୁମାର ଦାସ, ଉପସଭାପତି ଦିପ୍ତିରଞ୍ଜନ ସାହୁ,ସମ୍ପାଦକ ପରମେଶ୍ବର ବାରିକ ଓ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଁଞ୍ଚି ନିଜର ମହତପଣିଆ ଓ ମଣିଷପଢିଆ ଦେଖାଇ ରାତିଅଧରେ ଅଜୟ ପଲାଇଙ୍କ ମୃତଦେହକୁ ଶ୍ମସାନକୁ ନେଇ ଶବ ସତ୍କାର କରିଥିଲେ । ଶବ ସତ୍କାରର ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା । ସୁଦ୍ଧିକ୍ରିୟା ଶେଷହେବା ଯାଏ ମା ଶାରଳା ହେଲ୍ପଫାଉଣ୍ଡେସନ ସାହାଯ୍ୟ ସହୋଯୋଗର ହାତ ବଢାଇ ରଖିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛି । ସାର୍ ଙ୍କ ଶବସତ୍କାର ଏକ ଅଭୁଲା ସ୍ମୃତି ବୋଲି ମା ଶାରଳା ହେଲ୍ପଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular