କୋରାପୁଟ: ଥମୁନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । କୋରାପୁଟ ଜିଲ୍ଲାର ପଟାଙ୍ଗି ତହସିଲ ଅନ୍ତର୍ଗତ ସୁନାବେଡ଼ାରେ ସୀମା ବିବାଦ ତୁଟି ନଥିବା ବେଳେ ପଟ୍ଟାଙ୍ଗିର ଜାମ୍ବୁଗୁଡ଼ାରେ ସୀମା ବିବାଦ ଉଗ୍ର ରୂପ ନେଇଛି । ଜାମ୍ବୁଗୁଡ଼ା ଗାଁରେ ଲୋକଙ୍କ ଜମିରେ ଆନ୍ଧ୍ର ଲୋକମାନେ ପଥର ରଖି ଚୂନ ମାରି ଚିହ୍ନଟ କରିବାରୁ ବିବାଦ ଉଗ୍ର ରୂପ ନେଇଥିଲା ।ପଟାଙ୍ଗି ତହସିଲଦାର ଓ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ସେପଟେ ଯଦି, ସୀମା ବିବାଦର ସମାଧାନ ନହୁଏ ପରସ୍ଥିତି ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0