ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ। କିନ୍ତୁ ପଡ଼ୋଶୀ ରାଜ୍ୟର ଅଂଶ ଥିବା ଏନସିଆରରେ ମଧ୍ୟ ଏହାକୁ ପାଳନ କରାଯାଉ। ବାୟୂ ପ୍ରଦୂଷଣ ସଂପର୍କିତ ମାମଲାରେ ସୁପ୍ରିମ କୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ସରକାର। ରାଜଧାନୀରେ ବାୟୂ ପ୍ରଦୂଷଣ ବିପଦଜନକ ସ୍ତରରେ ପହଞ୍ଚିବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନର ଶୁଣାଣି ହୋଇଛି।ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି। ପୂର୍ବରୁ ବାୟୂ ପ୍ରଦୂଷଣ ହ୍ରାସ କରିବାକୁ ଦିଲ୍ଲୀରେ ୨ଦିନ ଲକ୍ଡାଉନ କରାଯାଇପାରିବ କି ପ୍ରଶ୍ନ କରିଥିଲେ ଖଣ୍ଡପୀଠ। ପଦକ୍ଷେପ ସ୍ୱରୂପ ଦିଲ୍ଲୀ ସରକାର ୪ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ କରିବା ସହ ଘରୁ ଅଫିସ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0