କାଶୀ ୧୫/୧୧ : ୧୦୮ ବର୍ଷ ପୂର୍ବରୁ ଗାୟବ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି କାଶୀ ବିଶ୍ୱନାଥ ଧାମରେ ପହଞ୍ଚିଛି। ବିଶ୍ୱନାଥ ମନ୍ଦିର ପରିସରରେ ପ୍ରତିମା ପହଞ୍ଚିବା ପରେ ତାକୁ ଗାଡିରୁ ଓହ୍ଲାଇ ପାଲିଙ୍କିରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପାଲିଙ୍କି ଉଠାଇ ପ୍ରତିମା ସ୍ଥାପନା ସ୍ଥଳରେ ପହଞ୍ଚାଇଥିଲେ। ମୂର୍ତ୍ତିକୁ ବିଶ୍ୱନାଥ ମନ୍ଦିରର ଐଶାନ୍ୟ କୋଣରେ ସ୍ଥାପନା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ୱାରା ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯାଇଛି। କାନାଡ଼ାରୁ କାଶୀ ପହଞ୍ଚିଥିବା ମାତା ଅନ୍ନପୂର୍ଣ୍ଣାଙ୍କ ପ୍ରତିମାକୁ ବାବା ବିଶ୍ୱନାଥ ମନ୍ଦିରର ବିଶେଷ ରାଜତ୍ୱ ସିଂହାସନରେ ବିଶ୍ୱନାଥ ଧାମରେ ପ୍ରବେଶ କରାଯାଇଛି।

ମା’ ଅନ୍ନପୂର୍ଣ୍ଣାଙ୍କ ଶୋଭାଯାତ୍ରା ଉତ୍ତର ପ୍ରଦେଶର ୧୮ ଜିଲ୍ଲା ଦେଇ କାଶୀରେ ପହଞ୍ଚିଛି। ବାରାଣାସୀ ଗଙ୍ଗା କୂଳରୁ ୧୯୧୩ ରେ ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଚୋରି ହେବାପରେ ମା’ଙ୍କ ମୂର୍ତ୍ତି ତସ୍କରଙ୍କ ଦ୍ୱାରା କାନାଡ଼ାରେ ପହଞ୍ଚିଥିଲା ଏବଂ ପରେ ମେକେଞ୍ଜି ଆର୍ଟ ଗ୍ୟାଲେରୀର ଶୋଭା ବଢ଼ାଇଥିଲା। ମୂର୍ତ୍ତି ଉପରେ ରିସର୍ଚ୍ଚ କରିବା ପରେ ଦିବ୍ୟ ମେହରା ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ମୂର୍ତ୍ତିର ଇତିହାସ ସାମ୍ନାକୁ ଆସିବା ପରେ କାନାଡ଼ା ସରକାର ଏହାକୁ ଭାରତକୁ ଫେରାଇଦେବାକୁ କହିଥିଲେ। ମୂର୍ତ୍ତି ରବିବାର ରାତିରେ କାଶୀକୁ ଫେରିଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0