ଭଦ୍ରକ : ଘରୋଇ କଳିକୁ କେନ୍ଦ୍ର କରି ନାତୁଣୀର ହେମଦସ୍ତା ମାଡ଼ରେ ଆଖୁ ବୁଜିଛି ଆଈ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି। ଗତରାତିରେ ଆଈ ଓ ୧୬ ବର୍ଷୀୟା ନାତୁଣୀ ଗୋଟିଏ ଘରେ ଶୋଇଥିଲେ। ମାତ୍ର ସାମାନ୍ୟ କଥାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାପରେ ଉତ୍ତକ୍ତ୍ୟ ନାତୁଣୀ ପାଖରେ ଥିବା ଏକ ହେମଦସ୍ତାରେ ଆଈ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ସକାଳେ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0