ଶ୍ରୀନଗର: ଏଲଓସିରେ ଧୀରେ ଧୀରେ ଥଣ୍ଡା ବଢିବାରେ ଲାଗିଛି । ତେବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉଭୟପକ୍ଷ ସକ୍ରିୟ ରହିବା ସହିତ ସ୍ଥାନୀୟ କ୍ଷେତ୍ର ଚଳଚଞ୍ଚଳ ହେବାରେ ଲାଗିଛି । ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାସ୍ତାନ ପକ୍ଷରୁ ଏଠାରେ ଲାଗାତର ଅସ୍ତ୍ର ବିରତିର ଉଲ୍ଲଘଂନ କରାଯାଉଛି । ଚଳିତବର୍ଷ ଜୁନଠାରୁ ଗତ ୬ ମାସ ମଧ୍ୟରେ ଏଲଓସିରେ ପାକିସ୍ତାନ ପକ୍ଷରୁ ୩୦୦ରୁ ଅଧିକ ଥର ସ୍ତ୍ରୀବିରତି ଉଲ୍ଲଘଂନ କରାଯାଇଛି । ଭାରତୀୟ ଫରୱାର୍ଡ ପୋଷ୍ଟରେ ଯବାନମାନେ ବୁଲେଟ ଗ୍ରୁଫ ଜ୍ୟାକେଟ ଏବଂ ବୁଲେଟ ଗ୍ରୁଫ୍ ହେଲମେଟ ପିନ୍ଧି ସଜାଗ ରହିଛନ୍ତି । ପାକିସ୍ତାନ ସୈନ୍ୟ ବାହିନୀ ଦ୍ୱାରା ତାଲିମ ପ୍ରାପ୍ତ ବାଟ୍ ଦଳ ଭାରତରେ ଅନୁପ୍ରବେଶ ପାଇଁ ତୁଷାରପାତ ଏବଂ ଥଣ୍ଡାର ସୁଯୋଗ ନେଉଥିବା କୁହାଯାଉଛି । ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖାରେ ପେଟ୍ରୋଲିଂକୁ ବଢାଇ ଦିଆଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0