ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଆପଣଙ୍କ ନିକଟକୁ ଫୋନ୍ କଲ୍ ଆସୁଥିଲେ ସାବଧାନ। ରାଜଧାନୀରେ ମାତିଛି ଜମ୍ତରା ଗ୍ୟାଙ୍ଗ, ଫୋନ୍ କଲରେ କରୁଛନ୍ତି ଆକାଉଣ୍ଟ ଖାଲି । ଏପରି ବ୍ୟକ୍ତି ଏଟିଏମ୍ର ୧୬ଟିକିଆ ନମ୍ବର ମାଗୁଛନ୍ତି। ନଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ ବୋଲି ଧମକ ମଧ୍ୟ ଦେଉଛନ୍ତି। ଏପରି ଭୟଭୀତ କରି ଏଟିଏମ୍ ନମ୍ବର ପାଇଗଲେ ଆକାଉଣ୍ଟରେ କଳା କନା ବୁଲାଇ ଦେଉଛନ୍ତି।ରାଜଧାନୀ ଭୁବନେଶ୍ୱରରେ ଏପରି କାଣ୍ଡ ଘଟାଉଥିବା ଝାଡ଼ଖଣ୍ଡର ‘ଜମ୍ତରା ଗ୍ୟାଙ୍ଗ’ ପ୍ରତି ସତର୍କ କରାଇ ଦେଇଛି କମିଶନରେଟ ପୁଲିସ୍ । ସାଇବର ଅପରାଧର ପାଠଶାଳା ପାଲଟିଛି ଜମ୍ତରା ଗ୍ୟାଙ୍ଗ । ଏବେ ଏହି ଗ୍ୟାଙ୍ଗ ରାଜଧାନୀରେ ବେଶ୍ ସକ୍ରିୟ ଥିବା ନେଇ ଏକ ଭିଡିଓ ଜାରି କରି ସତର୍କ କରାଇ ଦେଇଛି କମିଶନରେଟ୍ ପୁଲିସ୍। ଏହି ଗ୍ୟାଙ୍ଗରେ ବେକାର ଇଞ୍ଜିନିଅରିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉଛି ।



Visitors Today : 3
Total Visitors : 130461
Total Views : 9892000
Visitors Online Now : 0