ଋଣ ଜରିଆରେ ଜିଏସ୍ଟି କ୍ଷତିପୂରଣ ରାଶି ଦେବା ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକୁ ଦୁଇ ପ୍ରକାର ବିକଳ୍ପ ପ୍ରଦାନ କରାଯାଇଛି। ସାତ ଦିନ ଭିତରେ ନିଜର ମତ ରଖିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି। ତେବେ ଏନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଯେଉଁ ଦ୍ବନ୍ଦ୍ବ ରହିଛି ତାହାକୁ ଦୂର କରିବା ଲାଗି ଆସନ୍ତା ସେପ୍ଟେମ୍ବର ୧ରେ ରାଜ୍ୟ ଅର୍ଥ ସଚିବମାନଙ୍କ ସହ କେନ୍ଦ୍ର ଅର୍ଥ ସଚିବ ଓ ବ୍ୟୟ ସଚିବ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ଲାଇନ୍ରେ ହେବାକୁ ଥିବା ଏହି ଆଲୋଚନାରେ ରାଜ୍ୟଗୁଡ଼ିକ ନିଜର ସମସ୍ତ ପ୍ରକାର ଦ୍ବନ୍ଦ୍ବ ଦୂର କରିପାରିବେ ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0