spot_img

ପୋଷା ଜନ୍ତୁଙ୍କ ପାଇଁ କେଉଁ ଖାଦ୍ୟ ହୋଇପାରେ ଘାତକ?

ଘରେ ଆମେ ବିଭିନ୍ନ ଜୀବଜନ୍ତୁ ପାଳିଥାଉ । ନିଜ ଖାଇବା ଠାରୁ ନେଇ ସେମାନଙ୍କ ଖାଇବାର ଧ୍ୟାନ ରଖିବା ବହୁତ ଜରୁରୀ । ମଣିଷର ସବୁଠାରୁ ଭଲ ବନ୍ଧୁ ହେଲା କୁକୁର । ଆମମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ କୁକୁରକୁ ଭଲ ପାଇଥାଉ । ବେଳେବେଳେ ମାଲିକମାନେ ନିଜେ ଖାଉଥିବା ଖାଦ୍ୟ କୁ ନିଜ ପୋଷା ଜୀବଜନ୍ତୁଙ୍କୁ ଖାଇବାକୁ ଦେଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟ ଆପଣଙ୍କ ପୋଷା ଜୀବଙ୍କ ପାଇଁ ଘାତକ ମଧ୍ୟ ହୋଇପାରେ? ତେବେ ଚାଲନ୍ତୁ ଜାଣିବା କ’ଣ ଏହି ସବୁ ଖାଦ୍ୟ?

onion and garlic
ରସୁଣ ଓ ପିଆଜ
ଏଥିରେ ଥିବା ଥାଇ ସଲଫେଟ୍ କୁକୁରଙ୍କ ଲାଲ୍ ରକ୍ତ କଣିକାକୁ କ୍ଷତି ପହଞ୍ଚାଇଥାଏ । ଏଥି ଯୋଗୁଁ ଏନିମିଆ ମଧ୍ୟ ହୋଇପାରେ । ନିଜ ପୋଷା ଜୀବଙ୍କୁ ଖାଦ୍ୟ ଦେବା ସମୟରେ ଧ୍ୟାନ ରଖିବେ ଯେପରି ସେମାନଙ୍କ ଖାଦ୍ୟରେ ଏହି ଦୁଇ ପଦାର୍ଥର ଚିହ୍ନ ସୁଦ୍ଧା ମଧ୍ୟ ନରହେ ।

Avocado
ଆଭୋକାଡୋ
ଏହା ମଣିଷ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । କିନ୍ତୁ ମଣିଷର ସବୁଠୁ ଭଲ ବନ୍ଧୁ ପାଇଁ ଏହା ବିଲକୁଲ ଠିକ୍ ନୁହେଁ । ଏଥିରେ ଥିବା ଏକ ତତ୍ତ୍ୱ କୁକୁରଙ୍କଠାରେ ଅନ୍ତ ସମସ୍ୟା ସୃଷ୍ଟି କରିଥାଏ ।

Macadamia nut

ମ୍ୟାକ୍‌ଡେମିଆ ନଟ୍‌
କୁକୁରଙ୍କ ପାଇଁ ସବୁ ପ୍ରକାରର ନଟ୍ ଠିକ୍ ଥାଏ କିନ୍ତୁ ମ୍ୟାକ୍‌ଡେମିଆ ନଟ୍‌ରେ ଥିବା ବିଷ ଆପଣଙ୍କ ପୋଷା ଜନ୍ତୁର ତନ୍ତ୍ରିକା ପାଇଁ ହାନିକାରକ । ଯାହା ଦ୍ୱାରା ଆଗକୁ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ ।

chocolate 2

ଚକ୍‌ଲେଟ
ସବୁ ପ୍ରଜାତିର କୁକୁରଙ୍କ ପାଇଁ ଏହା ହିତକର ନୁହେଁ । ତେଣୁ କୁକୁରକୁ ଚକ୍‌ଲେଟ୍ ଖୁଆଇବା ପୂର୍ବରୁ ଥରଟେ ଚିନ୍ତା କରନ୍ତୁ ।

raisins
ଅଙ୍ଗୁର ଓ କିଶମିଶ
ଏହି ଦୁଇଟି ଫଳ କୁକୁରଙ୍କ ଫୁସ୍ ଫୁସ୍ ପାଇଁ ଆଦୌ ହିତକର ନୁହେଁ । ତେଣୁ ଏହି ଦୁଇଟି ଜିନିଷ କୁକୁରକୁ କେବେ ବି ଖାଇବାକୁ ଦେବେନି । ଏହା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପାରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular