ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ସବୁ ପ୍ରକାର ତତ୍ପରତା ପ୍ରଦର୍ଶନ କରୁଛନ୍ତି ସରକାର । ଏଭଳି ପରିସ୍ଥିତିରେ କିଭଳି ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ କୌଣସି ସମସ୍ୟା ନ ଆସେ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଯୁକ୍ତ ତିନି ଆଡ଼ମିଶନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଗାଇଡ ଲାଇନ ଜାରି କରିଛନ୍ତି । ତିନି ରାଉଣ୍ଡ ବିଶିଷ୍ଟ ଗୋଟିଏ ପର୍ୟ୍ୟାୟରେ ଆଡ଼ମିଶନ ହେବା ନେଇ ସ୍ପଷ୍ଟ କରାଯାଇଛି । ସାମସ୍ ପୋର୍ଟାଲ୍ ରେ ଛାତ୍ରଛାତ୍ରୀ ମାନେ ନିଜ ଫୋନ୍ ନମ୍ୱର୍ ଓ ଇମେଲ ଆଇଡି ଦେଇ, ଇ-ଆଡ଼ମିଶନ ଲାଗି ଆବେଦନ କରିବେ ।ଆବେଦନ ସମୟରେ ଏଣିକି ଆଉ ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ ଅପଲୋଡ଼ କରିବାକୁ ପଡ଼ିବନି ।
ଆଡ଼ମିଶନ ସମୟରେ ଏସବୁ ଯାଞ୍ଚ କରାଯିବ । ସ୍ଲାଇଡ଼୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ର ଛାତ୍ରୀ ମାନେ ଅନଲାଇନ ଫର୍ମରେ ଉଲ୍ଲେଖ କରିବେ । ସେହିପରି କଲେଜ୍ କର୍ତ୍ତୃପକ୍ଷ ଆଡ଼ମିଶନ ବାବଦରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ । କଲେଜ୍ ଗୁଡିକ ସାମସ୍ ପୋର୍ଟାଲରେ ନିଜ ନିଜର ଆଡ଼ମିଶନ ଫି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ରଖିବାକୁ ସବୁ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0