ଅନୁଗୁଳ: ଚୋରିର ନୂଆ ଫର୍ମୁଲା । ଦିନ ଦି ପହରରେ ଡ଼ାକ୍ତରଙ୍କ ଡ୍ରରୁ ଚୋରି ହେଉଛି ଟଙ୍କା । ହେଦ ଖରାପ ହୋଇ ଦେଖେଇବାକୁ ଆସି ଡ଼ାକ୍ତରଙ୍କ ଡ୍ରରୁ ଲୁଟିନେଲେ ୩୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ । ସୂଚନା ଅନୁସାରେ ଡ଼ାକ୍ତର ଦୀପକ ଗଡ଼ନା ତାଙ୍କ ବାସଭବନରେ ରୋଗୀ ଦେଖୁଥିଲେ । କୌଣସି କାମରେ କିଛି ସମୟ ନିମନ୍ତେ ଘର ଭିତରକୁ ଯାଇଥିଲେ ଡ଼ାକ୍ତର । ଠିକ ସେହିସମୟରେ ଜଣେ ମହିଳା ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଛନ୍ତି । ଯାହାର ସମ୍ପୁର୍ଣ୍ଣ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଏନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି ପୋଲିସ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0