ଭୁବନେଶ୍ବର : କରନା ପାଇଁ ରାଜଧାନୀବାସୀଙ୍କୁ ସତର୍କ, ସଜାଗ ଓ ସଚେତନ କରୁଥିବା ଯୋଦ୍ଧା ଆଉ ନାହାନ୍ତି । ଏହି ଯୋଦ୍ଧା ଜଣଙ୍କ ହେଇଛନ୍ତି ବିଏମସି ଦକ୍ଷିଣ ପୂର୍ବ ଜୋନର ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା । ତେବେ ପ୍ରଫୁଲ୍ଲ କୁମାର ବେହେରା ଗତ ୨୨ ତାରିଖରେ କୋଭିଡ ପଜିଟଭି ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ୨୩ ତାରିଖରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆୟୁସିରେ ଭର୍ତ୍ତି କରିବା ପରେ ଭେଣ୍ଟିଲେଟର ଲାଗିଥିଲା । ହେଲେ କରୋନା ଯୁଦ୍ଧରେ ହାରି ଯାଇଥିଲେ ଏନଫୋର୍ସମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ବେହେରା। ସତ୍ୟ ନଗର ମଶାଣିରେ ଗାର୍ଡ ଅଫ ଅନର ପ୍ରଦା. ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶବ ସତ୍କାର କରାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0