spot_img

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ କରୋନା

ଅହମ୍ମଦାବାଦ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ କରୋନା । ରୁପାନିଙ୍କ ନମୁନା ପରୀକ୍ଷା ରିପୋର୍ଟରେ ସେ କରୋନା ପଜଟିଭ ହୋଇଥିବା କଥା ସାମ୍ନାକୁ ଆସିଛି । ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ ଥିଲେ । ତାଙ୍କ ମୁଣ୍ଡ ବୁଲାଇବାରୁ ଏଭଳି ହୋଇଥିଲା । ଏହା ପରେ ତାଙ୍କୁ ୟୁଏନ୍ ମେହେଟ୍ଟା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ସୋମବାର ଜାରି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଅତ୍ୟଧିକ ପରିଶ୍ରମ, ହାଲିଆ ଏବଂ ଡିହାଇଡ୍ରେଶନ ଯୋଗୁଁ ରୁପାନି ଚେତା ହରାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular