ନୂଆଦିଲ୍ଲୀ: ୨୦୧୫ରେ ଜାମ୍ମୁ-କାଶ୍ମୀରରୁ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କ କାର୍ୟ୍ୟକାଳ ଫେବୃଆରୀ ୧୫ରେ ସମାପ୍ତ ହେଉଛି। କୁହାଯାଉଛି ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ ଏବଂ ପୂର୍ବତନ ରେଳ ମନ୍ତ୍ରୀ ତଥା ଲୋକସଭାରେ କଂଗ୍ରେସ ପାର୍ଟିର ନେତା ରହିଥିବା ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପାଇଁ ପ୍ରବଳ ଦାବିଦାର ରହିଛନ୍ତି। କିନ୍ତୁ ରାଜ୍ୟସଭାରେ କଂଗ୍ରେସର ଉପ ନେତା ଆନନ୍ଦ ଶର୍ମା, କପିଲ ସିବ୍ବଲଙ୍କ ପରି ବରିଷ୍ଠ ନେତା ମଧ୍ୟ ଅଛନ୍ତି। କିନ୍ତୁ ସମସ୍ତେ କେବେ ନା କେବେ ପାର୍ଟିର କାର୍ୟ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0