ମୁମ୍ବାଇ: ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ପିତାମହ ମୁକେଶ ଖନ୍ନା ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ୟ୍ୟନ୍ତ ସମସ୍ତେ ରାମ ମନ୍ଦିର ନିର୍ମାଣ ପାଇଁ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ମହାଭାରତ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବା ଅଭିନେତା ମୁକେଶ ଖନ୍ନାଙ୍କର ନାମ ମଧ୍ୟ ଯୋଡି ହୋଇଯାଇଛି । ମୁକେଶ ଖନ୍ନା ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏ ନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟିବିଟ୍ ରେ ଲେଖାଯାଇଛି ଯେ, ‘ଆଜି ପିତାମହ ଏବଂ ପିଲାମାନଙ୍କର ଶକ୍ତିମାନ ମୁକେଶ ଖନ୍ନା ରାମ ମନ୍ଦିର ନିର୍ମାଣ ପାଣ୍ଠି ସଂକଳନ ଅଭିଯାନରେ ୧,୧୧,୧୧୧ ଟଙ୍କାର ଚେକ୍ ଅଞ୍ଚଳର ବିଧାୟକ ଅତୁଲ ଭାତଖଲକରଙ୍କୁ ପ୍ରଦାନ କରିଛିନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0