ସୁୁନ୍ଦରଗଡ଼: ସୁୁନ୍ଦରଗଡ଼ ଜିଲ୍ଲା ହେମଗିରି ରେଞ୍ଜରେ ବାଘ ଆକ୍ରମଣରେ ୪ଜଣ ଆହତ । ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇଥିବା ବାଘର ମୃତଦେହ ଗାଁ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି । ଗାଁ ନିକଟ ରେଳ ଧାରଣାରୁ ମିଳିଛି କଲରାପତରିଆ ବାଘର ମୃତଦେହ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ବ କରିଛି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ବାଘଟି ରମ୍ପିଆ ଗାଁରେ ପଶି ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଆକ୍ରମଣ କରିଥିଲେ । ତେଣୁ ଗ୍ରାମବସୀ ଉତ୍ତ୍ୟକ୍ତ ହୋଇ ବାଘଟିକୁ ମାରିଛନ୍ତି ନା କିପରି ତା’ର ମୃତ୍ୟୁ ହେଲା, ତାହା ଏବେ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲୋଟିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0