ନୂଆଦିଲ୍ଲୀ: ଜୁଲାଇ ୨୯ ଓ ୩୦ ଦୁଇଦିନ ଦିଲ୍ଲୀ ଏନସିଆର ସମେତ ହରିୟାଣା, ପଶ୍ଚିମ ୟୁପି ଏବଂ ଉତ୍ତର ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ମୁତାବକ ଆରବ ସାଗର ଏବଂ ପଶ୍ଚିମବଙ୍ଗର ଖାଡି ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ଏସବୁ ଅଞ୍ଚଳ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ତଳୁଆ ଅଞ୍ଚଳ ଏବଂ ରାସ୍ତାରେ ପ୍ରବଳ ପାଣି ହେବାର ସମ୍ଭାବନା ଥିବା ହେତୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇପାରେ । ଏଥିପାଇଁ ବିଜୁଳି ବାଧାପ୍ରାପ୍ତ ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି, ବର୍ତ୍ତମାନ ମୌସୁମୀ ଟ୍ରଫ୍ ଲାଇନ୍ ହିମାଳୟର ତଳ ଅଞ୍ଚଳ ପାଖାପାଖି ରହିଛି । ଏହା ମଙ୍ଗଳବାରରୁ ଦକ୍ଷିଣ ଦିଗରେ ଗତି କରିବା ଆରମ୍ଭ କରିବ । ଏବଂ ମଙ୍ଗଳବାର ସଂନ୍ଧ୍ୟାରୁ ଗୁରୁବାର ସଂନ୍ଧ୍ୟା ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆର ପାଖାପାଖି ପହଁଞ୍ଚିବ । ଏହି ସମୟରେ ଆରବ ସାଗରର ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମବଙ୍ଗର ଖାଡି ଅଞ୍ଚଳରୁ ପବନ ବୋହିବାର ସମ୍ଭାବନା ରହିଛି । ପ୍ରବାହିତ ବାୟୁ ପ୍ରଭାବରେ ଉପରୋକ୍ତ ଅଞ୍ଚଳ ଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଏହି ସବୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀରେ ଜୁଲାଇ ଆରମ୍ଭରୁ ଏ ପର୍ଯ୍ୟନ୍ତ ୨୨୬.୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ୧୮୩.୫ ମିମି ସାମାନ୍ୟ ବର୍ଷାଠାରୁ ୨୪ ପ୍ରତିଶତ ଅଧିକ ଅଟେ । ଦିଲ୍ଲୀରେ ଚଳିତ ବର୍ଷ ଜୁଲାଇ ୧୯ ତାରିଖରେ ପ୍ରବଳ ବର୍ଷା ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0