ହାଥରସ କାଣ୍ଡ ପରେ ଦେଶରେ ଜାତୀୟ ହିଂସା ପ୍ରସାର କରିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ମଥୁରା ନିକଟବର୍ତ୍ତୀ ଏକ ଟୋଲ ପ୍ଲାଜା ନିକଟରୁ ଗିରଫ କରାଯାଇଛି । ଏହି ଚାରିଜଣ ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିଲେ । ପୁଲିସର ଆରୋପ ଅନୁସାରେ ସେ ୟୁପିରେ ଦଙ୍ଗାର ସାଜିଶ କରୁଥିବା ପିଏଫଆଇର ମାଷ୍ଟରମାଇଣ୍ଡ । ମସୁଦ ଅହମଦ ନାମକ ଏହି ଛାତ୍ର ଜଣକ ବହରାଇଚ ଜିଲ୍ଲାର ଜରୱଲ ରୋଡର ବାସିନ୍ଦା । ଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆର ସେ ଏଲଏଲବି ଛାତ୍ର । ଦୁଇ ବର୍ଷ ଧରି କ୍ୟାମ୍ପସ ଫ୍ରେଣ୍ଡ ଅଫ ଇଣ୍ଡିଆ ସହ ଜଡ଼ିତ । ଯାହା ପପୁଲାର ଫ୍ରେଣ୍ଡ ଅଫ୍ ଇଣ୍ଡିଆର ଷ୍ଟୁଡେଣ୍ଟ ୱିଙ୍ଗ । ଏହା ପୂର୍ବରୁ ଉତ୍ତର ପ୍ରଦେଶର ଲ ଆଣ୍ଡ ଅର୍ଡର ଏଡିଜି ପ୍ରଶାନ୍ତ କୁମାର କହିଥିଲେ କି ପୋଷ୍ଟର ଓ ସୋଶିଆଲ ମିଡ଼ିଆ ଦ୍ୱାରା ମାହୋଲ ବିଗାଡ଼ିବାକୁ ଚେଷ୍ଟା କରାଯାଉଛି । ମାହୋଲ ଖରାପ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଛି ବୋଲି ଏଡିଜି କହିଛନ୍ତି ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0