ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଗତ ୬ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ସ୍କୁଲ। କିନ୍ତୁ ସ୍କୁଲ୍ କେବେ ଖୋଲିବ, ସେ ନେଇ ରାଜ୍ୟ ସରକାର ଆଜି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। କରୋନା ସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ୟ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ। ଆସନ୍ତା ୨୬ ତାରିଖରେ ଦୁର୍ଗାପୂଜା। ତେବେ ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ବିଚାର ହେବ। ଚଳିତମାସ ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ସ୍କୁଲ ଖୋଲିବାର ଆବଶ୍ୟକତା ଅଛି, ଏଥିରେ ସନ୍ଦେହ ନାହିଁ। ତେବେ ଆମ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ସ୍ଥିତି ଦେଖି ଯାହା ନିଷ୍ପତ୍ତି ନିଆଯିବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।



Visitors Today : 0
Total Visitors : 130530
Total Views : 9892077
Visitors Online Now : 0