spot_img

ଭୀମସାରରେ ଡାକ୍ତର ଓ ଜଣେ ରୋଗୀ ପଜିଟିଭ

ସୋମବାର ଭୀମସାରରେ ଡାକ୍ତର ଏବଂ କର୍ମଚାରୀଙ୍କୁ ମିଶାଇ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ପୁଣି ଦୁଇ ଡାକ୍ତର ଏବଂ ସର୍ଜରି ୱାର୍ଡରୁ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ମଙ୍ଗଳବାର ପୁଣି ଏମ୍‌ସିଏଲ୍ ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଆଉ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍କୁଲ୍ ଅଧ୍ୟକ୍ଷା ରଶ୍ମିତା ମିଶ୍ର ସୂଚନା ଦେଇଛନ୍ତି । ଏହି ସ୍କୁଲ୍‌ରୁ ୩ ଅଫିସ  କର୍ମଚାରୀଙ୍କ ସମେତ ଜଣେ ଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏମ୍‌ସିଏଲ୍ ମଧ୍ୟରେ ଥିବା ଏହି ଡିଏଭି କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର୍ସ ରହିଛି । କର୍ମଚାରୀମାନେ ରହୁଥିବା ଦୁଇଟି ବ୍ଲକ୍‌ରେ ସମୁଦାୟ ୧୬ଟି ପରିବାର ରହୁଛନ୍ତି । ଯେଉଁମାନଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କ ତୁରନ୍ତ କୋଭିଡ ପରୀକ୍ଷା କରିବା ପାଇଁ ଅଧ୍ୟକ୍ଷା ପରାମର୍ଶ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular