ଖୋର୍ଦ୍ଧା ସବ୍ ଡିଭିଜନରେ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ସଟଡାଉନ୍ କଟକଣାକୁ ଅଧିକ କଡ଼ାକଡ଼ି ଲାଗୁ କରାଯାଇଥିଲା । ପୂର୍ବରୁ ସକାଳ ୭ରୁ ଦିନ ୨ଟା ଯାଏଁ ଦୋକାନ, ବଜାର ଖୋଲା ରହୁଥିବା ବେଳେ ଏବେ କିନ୍ତୁ ଏହାକୁ ଟିକେ କୋହଳ କରାଯାଇଛି।
ଏଣିକି ସବ୍ ଡିଭିଜନରେ ସକାଳ ୫ଟାରୁ ସନ୍ଧ୍ୟା ୭ଟା ଯାଏ ଖୋଲା ରହିବ ଦୋକାନ ବଜାର। ହେଲେ ରାତି ୯ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ପୂର୍ବ ଭଳି ପ୍ରତି ଶନିବାର ଓ ରବିବାର କିନ୍ତୁ ସଟଡାଉନ୍ କଟକଣା ବଳବତ୍ତର ରହିବ।
ସୂଚନାଯୋଗ୍ୟ , ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୨୧୦। ଖୋର୍ଦ୍ଧା ଜିଲ୍ଲାରେ କରୋନା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0