ଦେଶରେ ବଢି ଚାଲିଛି କରୋନା କାୟା । ୬ ଟି ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ। ଦେଶରେ ମୋଟ୍ ସଂକ୍ରମଣର ୮୩ ପ୍ରତିଶତରୁ ଅଧିକ ଏହି ରାଜ୍ୟଗୁଡ଼ିକରୁ ଚିହ୍ନଟ ହୋଇଛି। ସେପଟେ କରୋନା ମହାମାରୀ ବୃଦ୍ଧି ପାଉଥିବାରୁ ମଧ୍ୟପ୍ରଦେଶର ଇନ୍ଦୋର, ଭୋପାଳ, ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ୩ଟି ସହରର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ୬ ଟି ରାଜ୍ୟ ପରେ ଏବେ ନାଇଟ କର୍ଫ୍ୟୁ ଲାଗୁ କରିଛି ରାଜସ୍ଥାନ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ୮ଟି ଜିଲ୍ଲା ଜୟପୁର, ଯୋଧପୁର, କୋଟା, ଅଜମେର, ଉଦୟପୁର, ଭିଲୱାରା, ସାଗୱାରା ଏବଂ କୁଶଲଗଡରେ ନାଇଟ କର୍ଫ୍ୟୁ ଲାଗୁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ନାଇଟ କର୍ଫ୍ୟୁ କରିଛନ୍ତି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0