ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଦେଇଛନ୍ତି ସେମାନଙ୍କ ସମ୍ପତ୍ତିର ତାଲିକା। ସିଏମ୍ଓ ୱେବ୍ସାଇଟ୍ ପ୍ରକାଶ ପାଇଛି ସେମାନଙ୍କ ସଂପତ୍ତିର ତାଲିକା। ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ସଂପତ୍ତିର ତାଲିକା ଦେଇଛନ୍ତି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମିଶି ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା। ଅନ୍ୟ ମନ୍ତ୍ରୀଙ୍କ ଭଳି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ତାଙ୍କ ସଂପତ୍ତିର ତାଲିକା ଦେଇଛନ୍ତି। ଏହି ସୂଚନା ଅନୁଯାୟୀ, ୨ ବର୍ଷରେ ସେ କିଣିଛନ୍ତି ୮୦ଟି ଗାଡ଼ି। ୨୦୧୮ରୁ ୨୦୨୦ ମଧ୍ୟରେ ସେ ଏହି ସବୁ ଗାଡ଼ି କିଣିଛନ୍ତି। ଏହା ମଧ୍ୟରେ ରହିଛି ଗୋଟିଏ ସୌଖୀନ ମର୍ସିଡିସ୍ ବେଞ୍ଜ୍ କାର୍। ଏହି ମର୍ସିଡିସ୍ ବେଞ୍ଜ କାର୍ର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା। ଅନ୍ୟ ଗାଡ଼ିମାନଙ୍କ ଭିତରେ ରହିଛି ଅନେକ ଟ୍ରକ ଓ ବାଣିଜ୍ୟିକ ଗାଡ଼ି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପତ୍ତିର ମୂଲ୍ୟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା। ସେହିପରି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସଂପତ୍ତିର ମୂଲ୍ୟ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0