spot_img

ଏଣିକି ୯ ଘଣ୍ଟା ଜାଗାରେ ୮ ଘଣ୍ଟା କମ୍ପାନୀରେ ଖଟିବେ କର୍ମଚାରୀ, ଅଧିକ କାମ କରାଇଲେ ଦୁଇଗୁଣା ମଜୁରୀ ଦେବାକୁ କମ୍ପାନୀ ବାଧ୍ୟ

ଏଣିକି ୯ ଘଂଟିଆ ବଦଳରେ ୮ ଘଂଟିଆ କାମ କରିବେ କର୍ମଚାରୀ । ୮ ଘଂଟାରୁ ଅଧିକ କାମ କଲେ ଏବେ କର୍ମଚାରୀ ପାଇବେ ଓଭରଟାଇମ । ତେବେ ୨୦୧୯ରେ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ବେତନ କୋଡ ପାରିତ ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କ ୱାର୍କିଂ ଆୱାରକୁ ୮ରୁ ୧୨ ଘଂଟିଆ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କର୍ମଚାରୀଙ୍କ ଡେଲି ୱାର୍କିଂ ଆୱାର୍ସକୁ ୮ ଘଂଟା ହିଁ ରଖିବାକୁ ବିଚାର କରାଯାଉଛି । କିନ୍ତୁ ଏହାପରେ ଓଭରଟାଇମ ଆରମ୍ଭ ହେବ । ଆଉ ଏହି ଓଭରଟାଇମର ଦରମା କର୍ମଚାରୀଙ୍କ ଦୈନିକ ଦରମାଠୁ ପ୍ରାୟ ଦୁଇଗୁଣା ରହିବ । ଫାକ୍ଟ୍ରିଜ ଆକ୍ଟ ଅନୁଯାୟୀ, ବିଭିନ୍ନ କଂପାନୀମାନଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ୯ ଘଂଟାରୁ ଅଧିକ ସମୟ କାମ କରାଉଥିଲେ ବି ସେମାନଙ୍କୁ ଓଭରଟାଇମ ଦିଅନ୍ତି ନାହିଁ । କାରଣ ସାଂପ୍ରତିକ ବ୍ୟବସ୍ଥା ଅନୁସାରେ, ଯଦି କୌଣସି କର୍ମଚାରୀ ତାର ଧାର୍ୟ୍ୟ ସମୟ ପରେ ୩୦ ମିନିଟରୁ କମ ସମୟ ଅଧିକ ଦିଅନ୍ତି ତେବେ ତାକୁ ଓଭରଟାଇମ ଧରା ଯିବନାହିଁ । ମାତ୍ର ଏହି ନୂଆ ଶ୍ରମ ଆଇନ ଅନୁସାରେ, ଏଣିକି ୧୫ ମିନିଟରୁ ୩୦ ମିନିଟ ସମୟକୁ ଅଧ ଘଂଟାର ଓଭରଟାଇମ ଭାବେ ଗ୍ରହଣ କରାଯିବ । ଅର୍ଥାତ୍ ଧାର୍ୟ୍ୟ କାର୍ୟ୍ୟ ଅବଧିଠାରୁ ଯଦି ଆପଣ ୧୫ ମିନିଟ ବି ଅଧିକ ସମୟ ଅଫିସକୁ ଦିଅନ୍ତି ତେବେ ଆପଣଙ୍କୁ ୩୦ ମିନିଟର ଓଭରଟାଇମ ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular