spot_img

କାରଗିଲ ବିଜୟକୁ ପୂରିଲା ୨୧ ବର୍ଷ

ନୂଆଦିଲ୍ଲୀ: ଆଜି ହେଉଛି କାରଗିଲ ବିଜୟ ଦିବସ । ଭାରତୀୟ ସେନାର ଅଦମ୍ୟ ସାହସ ଓ ପରାକ୍ରମକୁ ମନେପକାଇ ସାରା ଦେଶବାସୀ ଗୌରବାନ୍ୱିତ ହେଉଛନ୍ତି । ୨୧ ବର୍ଷ ପୂର୍ବରୁ ଶତ୍ରୁ ସେନା ଜମ୍ମୁ-କାଶ୍ମୀରର କାରଗିଲ, ଦ୍ରାସ୍‌, ବଟାଲିକ୍ ଉପରେ ଆକ୍ରମଣ କରିଥିଲା । ଭାରତୀୟ ଜବାନମାନେ ନିଜର ପ୍ରାଣ ବଳିଦାନ ଦେଇ କାରଗିଲ ଉପରେ ବିଜୟ ଲାଭ କରିଥିଲେ । ସେମାନଙ୍କ ବୀରତ୍ୱକୁ ମନେ ରଖିବା ପାଇଁ ପ୍ରତିବର୍ଷ ଦେଶରେ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ପାଳନ ହେଉଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ତିନି ସେନାମୁଖ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତିି । ଏହି ଯୋଦ୍ଧାମାନଙ୍କ ବଳିଦାନକୁ ଦେଶ କେବେ ଭୁଲିବନି ବୋଲି ସେମାନେ କହିଛନ୍ତି ।

କାରଗିଲ ବିଜୟ ଦିବସ ଭାରତର ସ୍ୱାଭିମାନ , ଅଦ୍‌ଭୁତ ପରାକ୍ରମ ଓ ଦୃଢ଼ ନେତୃତ୍ୱର ପ୍ରତୀକ । ନିଜର ପରାକ୍ରମ ବଳରେ କାରଗିଲରେ ତ୍ରିରଙ୍ଗା ପତାକା ପୁନଃସ୍ଥାପନ କରିଥିବା ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି । ୧୯୯୯ ମସହାର ପ୍ରବଳ ଶୀତ ସମୟରେ ପାକିସ୍ତାନ ସେନା ମୌକା ଦେଖି ଜମ୍ମୁ –କାଶ୍ମୀରର କିଛି ସ୍ଥାନରେ କବ୍ଚା କରି ନେଇଥିଲା । ମେ ୫ ତାରିଖରୁ ଜୁଲାଇ ୨୬ ତାରିଖ ଯାଏ କାଶ୍ମୀର ଉପତ୍ୟକାରେ ଯୁଦ୍ଧ ଚାଲିଥିଲା । ଶେଷରେ ଆମକୁ ବିଜୟ ମିଳିଥିଲା । କାରଗିଲ ବିଜୟ ଦିବସ ଭାରତର ସୈନ୍ୟ ପରମ୍ପରା, ଅଦମ୍ୟ ସାହସ ଓ ବଳିଦାନର ଉତ୍ସବ । ଆମ ସଶତ୍ର ସେନାଙ୍କ ସାହସ ଓ ଦେଶଭକ୍ତି , ଦେଶ ଯେ ସୁରକ୍ଷିତ ହାତରେ ଅଛି, ତାହା ଜଣେଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular