spot_img

ବିପୁଳ ପରିମାଣର ମଦ ଜବତ କଲା ଅବକାରୀ ବିଭାଗ

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ଦିିଗପହଣ୍ଡି ଥାନା ଅଞ୍ଚଳରେ ଚଢାଉ କରାଯାଇଛି । ଚଢାଉରେ ବ୍ୟାପକ ପରିମାଣର ମଦ ଓ ପୋଚ ଜବତ କରାଯାଇଛି । ବ୍ରହ୍ମପୁର ଅବକାରୀ ବିଭାଗର ପକ୍ଷରୁ କଣ୍ଟିଆଗଡ଼ ଓ ଲୋଚାପଡା ଅଞ୍ଚଳରେ ଚଢାଉ କରାଯାଇଛି । ତେବେ ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ଆକଳନ କରାଯାଇଛି । ବ୍ରହ୍ମପୁର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍ ଏ ବିଷୟରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular