spot_img

ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା । କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଏମ ପାରୁଲ ପଟୁୱାରୀ । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ ହେବ । ବସ୍ତି ଏବଂ ଅନ୍ୟ ଅଂଚଳରେ ହେଲଥ ସ୍କ୍ରିନିଂ କରାଯିବ । ଏଥିପାଇଁ ୫୬୫ ରାପିଡି ରେସପନ୍ସ ଟିମ ଗଠନ କରାଯାଇଛି । ଏପରିକି କୌଣସି କରୋନା ନେଇ ସନ୍ଦେହ ଥିଲେ ୧୯୨୯କୁ କଲ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ।

ହୋମ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି । ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡ଼ିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ । କରୋନା ଆକ୍ରାନ୍ତ କୋଭିଡ ନିୟମ ମାନୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖାଯିବ । ହସ୍ପିଟାଲରେ ବେଡ ସଂଖ୍ୟା ବଢାଯିବ ବୋଲି ପାରୁଲ ପଟୁୱାରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular