ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଉଛି । ଏଥି ସହିତ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଲଘୁଚାପ ପ୍ରଭାବରେ ୨୨ ତାରିଖ ଯାଏଁ ବର୍ଷିବ। ବିଶେଷ କରି ଗଞ୍ଜାମ ଓ ଗଜପତି , ମାଲକାନଗିରି, ରାୟଗଡା ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମାଲକାନଗିରି , ରାୟଗଡା, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରୁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0