ଲଘୁଚାପ ବର୍ଷା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବିପର୍ୟ୍ୟୟ ଆଣିଛି। ଦୁଇଟି ଯାକ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେଲେଙ୍ଗାନାରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨ ଦିନ ଧରି ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ମଧ୍ୟ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ୟ୍ୟ ମଧ୍ୟ ଜାରି ରହିଛି। ତେଲେଙ୍ଗାନା ସରକାର ୨ ଦିନିଆ ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍, କଲେଜ ସମେତ ସବୁ ଅଫିସ୍ ବନ୍ଦ ରହିଛି। ଲୋକମାନଙ୍କୁ ଘରେ ରହିବାପାଇଁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ସହର ଜଳମଗ୍ନ ହୋଇଯାଇଛି। ହାଇଦ୍ରାବାଦର ବନ୍ଦଲଗୁଡ଼ାରେ ଏକ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସହରର ବିଭିନ୍ନ ପ୍ରମୁଖ କଲୋନିଗୁଡ଼ିକ ଜଳମଗ୍ନ ହୋଇଯାଇଛି ଏବଂ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0