spot_img

ସିନ୍ଧିଆଙ୍କ ପରେ ଏବେ ପଦ୍ମ ମୁହାଁ ହୋଇଛନ୍ତି କି ସଚିନ ପାଇଲଟ ! ଅଶୋକ ଗେହଲଟଙ୍କ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଛି କି ବିଜେପି !

ପଦ୍ମ ମୁହାଁ ହୋଇଛନ୍ତି କି ସଚିନ ! ପଦ୍ମ ଦଳରେ ସାମିଲ ହେବାକୁ ଚାହୁଁଛନ୍ତି କି କଂଗ୍ରେସ ପ୍ରମୁଖ ନେତା ସଚିନ ପାଇଲଟ । ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ମଧ୍ୟ ଚାଲିଛି କି ଅପରେସନ ଲୋଟସ ? ୨୦୧୮ ମସିହା ଡିସେମ୍ବର ମାସରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ ଗଡ଼ ଜିତି ସରକାର ଗଢ଼ିଥିଲା କଂଗ୍ରେସ । ଗତ କିଛିଦିନ ପୂର୍ବରୁ ହିଁ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗି ପୁନର୍ବାର ବିଜେପି ସରକାର ଗଢ଼ିଥିବା ବେଳେ ଏବେ ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ରାଜ୍ୟରେ ତୀବ୍ର ବିରୋଧ ଘନେଇବାରେ ଲାଗିଛି । ବିଜେପି ମୁହାଁ ହେଲେଣି କ୍ଷମତାରେ ଥିବା ଦଳ । ନିର୍ବାଚନ ସମୟରେ ସରକାର ଗଢିବାକୁ ମୁଖ୍ୟ ଭୂମିକା ନିଭେଇ ଥିବା ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ଫୋନ ବନ୍ଦ କରି ଅଜ୍ଞାତବାସରେ ଅଛନ୍ତି । ବିଶେଷ ସୂତ୍ରରୁ ଖବର ମିଳିଛିକି କିଛି ଦିନ ହେବ ସଚିନ ରାଜନୀତିର କେନ୍ଦ୍ରସ୍ଥଳ ଦିଲ୍ଲୀରେ ବସ ବାସ କରୁଛନ୍ତି । କଂଗ୍ରେସ ଦଳର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଭେଟି କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ମଧ୍ୟ କରୁଛନ୍ତି । ପାରିପାର୍ଶ୍ବିକ ବାତାବରଣରୁ ଅନୁମାନ କରାଯାଉଛିକି କ୍ଷମତରେ ବସିବାକୁ ଚାହୁଁଛନ୍ତି ସଚିନ ।

ତାଙ୍କର ଜଣେ ନିକଟତର ବିଧାୟକଙ୍କ କହିବା ଅନୁଯାୟୀ ସଚିନଙ୍କ ଉପରେ ଅନ୍ୟାୟ ହେଉଥିବା ନେଇ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ସଚିନଙ୍କୁ ବାରମ୍ବାର ଅପମାନ କରାଯାଇଛି ବୋଲି ସେ କହିଛନ୍ତି । ଏପରି ସ୍ଥିତି ଯଦି ଆଗକୁ ଲାଗି ରହେ ତେବେ ରାଜ୍ୟ କଂଗ୍ରେସ ଆଡକୁ ଯେ ଏକ ବଡ଼ ବିପତ୍ତି ମାଡି ଆସିପାରେ । ଅନ୍ୟପଟେ ଗେହେଲଟଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ରାଜ୍ୟରେ ଉପମୁଖ୍ୟଙ୍କ ସ୍ଥାନ ସେତେଟା ଗୁରୁତ୍ୱ ନୁହେଁ ।ରାଜସ୍ଥାନର ଅନେକ ଅଞ୍ଚଳର କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ ରାଜ୍ୟରେ ଏବେ ଗେହେଲଟ ବନାମ ପାଇଲଟ ନିଆଁ କୁହୁଳୁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ କହିବା ଅନୁସାରେ ଖୁବଶୀଘ୍ର ଦଳର ନୂଆ ଅଧ୍ୟକ୍ଷ ଚୟନ ହେବାର ଯୋଜନା ରହିଛି । କିନ୍ତୁ ସୋନିଆ ଗାନ୍ଧୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ଏଯାବତ କୋୖଣସି ସୂଚନା ଦିଆଯାଇନାହିଁ । ଏମିତିକି ସଂଗଠନର ମହାସଚିବ କେସି ବେଣୁଗୋପାଳ ମଧ୍ୟ ଏନେଇ ଚୁପ ଅଛନ୍ତି ।

ରାଜସ୍ଥାନରେ କିଛି କଂଗ୍ରେସ ଓ ନିର୍ଦ୍ଦଳିୟ ବିଧାୟକ ମଧ୍ୟ ଗୁଡ଼ଗାଁଓରେ ନିୟମିତ ରହୁଥିବା ନେଇ ସୂଚନା ମିଳିଛି । କୁହାଯାଉଛିକି ସଚିନ ହାଇ କମାଣ୍ଡଙ୍କ ପାଖରେ ନିଜ ଦାବି ରଖି ଏନେଇ କିଛି ସମୟ ମାଗିଛନ୍ତି । ଦୁଇ ପକ୍ଷର କଳି ଭିତରେ ରାଜସ୍ଥାନର ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ ତିନି ବିଧାୟକଙ୍କ ମଧ୍ୟରେ ବାର୍ତ୍ତାଳାପର ରେକର୍ଡିଙ୍ଗ ଆଧାରରେ ମାମଲା ଦର୍ଜ କରିଛନ୍ତି । ଅନ୍ୟପଟରେ ସଚିନଙ୍କ ବିଶ୍ଵସ୍ଥ ବନ୍ଧୁ ଜ୍ୟୋତିରଦିତ୍ୟ ସିନ୍ଧିଆ ମଧ୍ୟ ଭାଜପା ତରଫରୁ ରାଜ୍ୟସଭା ସଂସଦ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟରେ ସିନ୍ଧିଆଙ୍କ ସପକ୍ଷର ବିଧାୟକ ମାନେ ନୂଆ ଗଠିତ ସରକାରରେ ଶପଥ ନେଇଛନ୍ତି ।


ସେପଟେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କୁ ଫୋନ୍ ବନ୍ଦ ନକରିବାକୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁ ବିଧାୟକମାନେ ଦିଲ୍ଲୀ ଯାଇଛନ୍ତି ସେମାନଙ୍କ ସହ ଗେହଲଟ୍ ଯୋଗଯୋଗ କରିଛନ୍ତି । ସଚିନ ପାଇଲଟ୍ ହେଉଛନ୍ତି ରାଜ୍ୟର ସଭାପତି । ସେମାନେ ଦିଲ୍ଲୀ ଯିବା ଅର୍ଥ ଗେହଲଟଙ୍କ ବିରୋଧରେ ଯିବା ନୁହେଁ । ତେବେ ବିଜେପି ସରକାର ଭାଙ୍ଗିବାକୁ ଅନେକ ଅପପ୍ରୟାସ କରିଛି । ସରକରା ଏହା ଉପରେ ନଜର ରଖିଛନ୍ତି । ଏତେସବୁ ପରେ ରାଜସ୍ଥାନର ରାଜନୈତିକ ପାଣିପାଗ କେଉଁ ଦିଗକୁ ଗତି କରୁଛି ଦେଖିବା ବାକି ରହିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular