କଟକ: ଘରୋଇ ସ୍କୁଲରେ ଫି ହ୍ରାସ ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ କମିଟି ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି ରିଟ୍ ଦାଖଲ ପାଇଁ କୋର୍ଟ କହିଛନ୍ତି ।
ପୂର୍ବରୁ ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ଲାଗି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ କରିଥିଲା । କମିଟି ରିପୋର୍ଟରେ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯାଇନଥିଲା । ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫିରେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏ ଫିରେ ୨୦ ପ୍ରତିଶତ ଛାଡ କରାଯିବାକୁ ସୁପାରିଶ କରିଥିଲା କମିଟି । ସେହିପରି ୭୨ ହଜାରରୁ ୧ ଲକ୍ଷ ଟଙ୍କା ଫିରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ ଛାଡ଼ କରିବାକୁ କମିଟି ରିପୋର୍ଟ ଦେଇଥିଲା । ସେହିପରି ରେସିଡେନ୍ସିଆଲ ସ୍କୁଲଗୁଡିକର ଫି ୩୦% ହ୍ରାସ ପାଇଁ କମିଟି ସୁପାରିଶ କରିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0