ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରେ ଅଭିଯୋଗ କରିଛି । ବିଏମସି ତା’ର ଅଭିଯୋଗରେ ଉଲ୍ଲେଖ କରିଛି କି ସୋନୁ ଜୁହୁ ସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇ ନାହାନ୍ତି । ତେଣୁ ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ ପ୍ଲାନିଂ ନିୟମକୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି । ବିଏମସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମସି ଅହୁରି ଅଭିଯୋଗ କରିଛି କି ସୋନୁ ସୁଦ୍ଦ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହ ବିଏମସିର ବିନା ପରାମର୍ଶରେ ଅନୁମତି ଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି । ଏହାସହ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରି ନାହାନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0