spot_img

ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ସରକାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ୫ ସୁତ୍ରୀ ପରାମର୍ଶ ଦିଆଯାଇଛି । ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ କୁହାଯାଇଛି । ଏନଫୋର୍ସମେଣ୍ଟ କଡାକଡି କରିବାକୁ କୁହାଯାଇଛି । ଟେଷ୍ଟିଂ ଓ ଟିକାକରଣକୁ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ବିଦେଶରୁ ବର୍ତ୍ତମାନ ସୁଦ୍ଧା ୧୧୩୪ ଜଣ ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜିକରଣ କରିଛନ୍ତି । ସେଥି ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ଯାଜପୁର ଓ ଆଉ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲାର । ସମସ୍ତଙ୍କର ଜେନମ୍ ସିକ୍ୟୁଏନ୍ସିଂ ପାଇଁ ନମୂନା ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular