spot_img

ଚିନ୍ତାରେ ଖାଉଟି ଆକାଶ ଛୁଆଁ ଆଳୁ ପିଆଜ ଦର

ଭୁବନେଶ୍ୱର : ଆଳୁ ୧୫ ରୁ ୫୦, ପିଆଜ ୨୫ ରୁ ୭୦ । ହୁ ହୁ ହୋଇ ବଢିଚାଲିଛି ପରିବା ଦର । ବିଶେଷ କରି ଆଳୁ-ପିଆଜ ଦରକୁ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ଗ୍ରାହକ । ପରିବା ଦରରେ ଲାଗିଥିବା ନିଆଁକୁ ନେଇ ଏବେ ଚିନ୍ତାରେ ଖାଉଟି । ଦୁଇ ମାସ ହେଲାଣି ହନ୍ତସନ୍ତ ହେଉଛନ୍ତି ଲୋକେ । ଆଳୁ ୧୫ ଟଙ୍କାରୁ ବର୍ତମାନ କିଲୋପ୍ରତି ୫୦ ଟଙ୍କାରେ ପହଞ୍ଚିଥିବା ବେଳେ ପିଆଜି ବି ବଢିବାରେ ଲାଗିଛି। ପିଆଜ କିଲୋ ୨୫ ଟଙ୍କାରୁ ବଢି ଏବେ ୭୦ ଟଙ୍କାରେ ପହଞ୍ଚିଲାଣି । ମାତ୍ର ୨ ମାସ ଭିତରେ ଆଳୁ-ପିଆଜ ଦରରେ ତିନିଗୁଣା ବୃଦ୍ଧି ହୋଇଛି । ଏହାକୁ ଛାଡ଼ି ଅନ୍ୟ ସମସ୍ତ ଆତ୍ୟାବଶ୍ୟକ ସାମଗ୍ରୀ ଦର ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି । ଆଳୁ-ପିଆଜ ପରେ ଏବେ ତେଲ ମଧ୍ୟ ଲୋକଙ୍କ ଚିନ୍ତା ବଢାଇବା ଆରମ୍ଭ କଲାଣି । ଗତ କିଛି ଦିନ ମଧ୍ୟରେ ଖାଇବା ତେଲ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପଟେ ବଢୁଥିବା ଦର ପ୍ରତି ସରକାରଙ୍କ ଦୃଷ୍ଟି ନଥିବାରୁ ଦାର ଦାମ ବୃଦ୍ଧି ପାଉଥିବା ନେଇ ଅଭିଯୋଗ କରିଛନ୍ତି ଖୁଚୁରା ବ୍ୟବସାୟୀ ସଂଘ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular