spot_img

ସ୍ଲୋ ଓଭର ପାଇଁ ଭାରତକୁ ଜରିମାନା

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ସ୍ଲୋ ଓଭର ରେଟ ବୋଲିଂ ପାଇଁ ଭାରତୀୟ ଦଳକୁ ମ୍ୟାଚ ଫିର ୨୦ ପ୍ରତିଶତ ଜରିମାନା କରାଯାଇଛି । ୫୦ ଓଭର ବୋଲିଂ ଶେଷ କରିବା ଲାଗି ଭାରତକୁ ୪ ଘଣ୍ଟା ୬ ମିନିଟ ସମୟ ଲାଗିଥିଲା । ତେବେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ଗୋଟିଏ ଓଭର ପଛୁଆ ରହିଯାଇଥିଲା । ଫଳରେ ଅନ୍ତର୍ଜାତିକ କ୍ରିକେଟ ପରିଷଦ ଧାରା ୨.୨୨ର ଉଲ୍ଲଂଘନ ହେବା ଫଳରେ ଆଇସିସି ମ୍ୟାଚ ରେଫରି ଡେଭିଡ ବୁନ ଭାରତୀୟ ଦଳକୁ ଦଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular