ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ୧୪,୧୯୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମାରାତ୍ମକ ଭାଇରସ ଆଉ ୮୩ ଜଣଙ୍କ ମୁଣ୍ଡ ନେଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧,୧୦,୦୫,୮୫୦ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୦୬,୯୯,୪୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୦,୦୫୫ ଆକ୍ଟିଭ କେସ୍ ରହିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୩୮୫ରେ ପହଞ୍ଚି ଯାଇଛି।
ଦେଶରେ ଚିହ୍ନଟ ହୋଇଥିବା ୧୪,୧୯୯ ଜଣଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଅଧେ ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬,୯୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନୂଆ ରୋଗୀଙ୍କ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୦୦,୮୮୪ରେ ପହଞ୍ଚି ଯାଇଛି।୨୪ ଘଣ୍ଟାରେ କରୋନା ୩୫ ଜଣଙ୍କ ମୁଣ୍ଡ ନେବାରୁ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୭୮୮ ଛୁଇଁଛି। ଆଇସିଏମଆରଙ୍କ ସୂଚନା ଅନୂଯାୟୀ, ଗତକାଲି ସମଗ୍ର ଦେଶରେ ୬,୨୦,୨୧୬ଟି ନୁମନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୧୪,୧୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ଏକାଧିକ ସହରରେ ଲକଡାଉନ ଲାଗୁ କରିଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ କରୋନା ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0