ଖଲ୍ଲିକୋଟ : ଟୋଲ ଗେଟରେ ୨ଗୁଣା ଫାଇନ ଆଦାୟକୁ ବିରୋଧ । ବରଯାତ୍ରୀ ଗାଡ଼ିରେ ଲାଗି ନଥିଲା ଫାସ୍ ଟ୍ୟାଗ । ନିୟମ ଅନୁଯାୟୀ ୨ଗୁଣା ଟୋଲ ଆଦାୟ କରିବାରୁ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ବରଯାତ୍ରୀ । ଫେବ୍ରୁଆରୀ ୧୫ ତାରିଖରୁ ଦେଶର ସମସ୍ତ ଟୋଲଗେଟରେ ଫାସ ଟ୍ୟାଗ ବାଧ୍ୟତାମୂଳକ ହୋଇଛି । ଗାଡ଼ିଗୁଡ଼ିକରେ ଫାସ୍ ଟ୍ୟାଗ ନଥିଲେ ୨ଗୁଣା ଟୋଲ ଆଦାୟ ନେଇ ନିୟମ କରାଯାଇଛି ।ଗତକାଲି ରାତିରେ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟରେ ୬ଟି ବରଯାତ୍ରୀ ଗାଡ଼ି ଯାଉଥିବା ବେଳେ ଫାସ୍ ଟ୍ୟାଗ ନଥିବାରୁ ୨ଗୁଣା ଟୋଲ ଟିକସ ଆଦାୟ କରିବାକୁ ଚାହିଁଥିଲେ କର୍ମଚାରୀ । ହେଲେ ଏହାକୁ ବିରୋଧ କରି ବରଯାତ୍ରୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଟୋଲଗେଟରେ ଗଣ୍ଡଗୋଳର ଏହି ଭିଡ଼ିଓ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0