spot_img

ଲଗାଣ ବର୍ଷାରେ ଧସିଲା ପାହାଡ

ବ୍ରହ୍ମପୁର ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲିରେ ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ଯାଇଛି । ଫଳରେ ଆଙ୍କୁଲି ପଞ୍ଚାୟତ ତଡକାସାହି ଓ ଚରିଆବାଦ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ପାହାଡରୁ ମାଟି ଅତଡା ଧସି ଯାଇଛି । ପାହାଡ ଉପରୁ ମାଟି ଅତଡା ଧସି ରାସ୍ତା ଉପରେ ପାହାଡ ଭଳି ଗଦା ହୋଇଛି । ଫଳରେ ସେହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular