spot_img

ଆଜି ହେଇଛି ମକର ସଂକ୍ରାନ୍ତି

ଆମ ଭାରତବର୍ଷରେ ବାର ମାସ ରେ ତେର ପର୍ବ ପାଳନ କରାଯାଏ । ସେଥିମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ ମାଘ ମାସର ପ୍ରଥମ ଦିନଟି ସାରା ଭାରତବର୍ଷରେ ମକର-ସଂକ୍ରାନ୍ତି ରୂପେ ପାଳନ କରାଯାଏ । ଏହି ଦିନ ସ୍ୱୁର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ।
ଏହି ମକର ସଂକ୍ରାନ୍ତି କୁ ସାରା ଭାରତ ବର୍ଷରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଓଡିଶା ଛତିଶଗଡ,ବିହାର,ଝାଡଖଣ୍ଡ ,ମଧ୍ୟପ୍ରଦେଶରେ ମକର ସଂକ୍ରାନ୍ତି .ମକର ପର୍ବ. ଋୂପେ ପାଳନ କରନ୍ତି । ଘରର ଅଗଣାରେ ରଙ୍ଗୋଲି ପକାଇ ଏକ ସୁନ୍ଦର ପରିବେଶ ସୃଷ୍ଟିକରନ୍ତି । ମକର ସଂକ୍ରାନ୍ତିଙ୍କୁ .. ତିଳ ସଂକ୍ରାନ୍ତି., ମଧ୍ୟ କହିଥାନ୍ତି । କାରଣ ମକର ସଂକ୍ରାନ୍ତି ଠାରୁ ଦିନ ତିଳ ତିଳ ବଢୁଥିବାରୁ ଦିନ ବଡ ହୁଏ ଏବଂ ରାତି ସାନ ହୋଇଥାଏ । ମକର ସଂକ୍ରାନ୍ତିରେ ସ୍ୱର୍ଯ୍ୟଙ୍କୁ ପୂଜା କଲେ ଶାରୀରିକ ଭୋତିକ ଓ ମାନସିକ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ । ଏହି ଦିନ ଅନ୍ନ ବସ ଓ ତିଳ ଦାନ କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ କରାଯାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular