spot_img

ଟଙ୍କା ପାଇଁ ୧୧ ମାସର ପୁଅକୁ ବିକ୍ରି କଲା ବାପା

କଟକ :  ୫୦ ହଜାର ଟଙ୍କା ପାଇଁ ୧୧ ମାସର ପୁଅର ବିକ୍ରି କରିଦେଲା ବାପା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତ ଭାଗବତପୁର ଗାଁର ଅଜୟ ସିଂହ ପୁଅକୁ ବିକ୍ରି କରିଥିବା ଜଣାପଡିଛି । ଅଭାବ ଅନଟନ ଯୋଗୁ ୪ ପିଲାଙ୍କୁ ପୋଷିବା ସମ୍ଭବ ହୋଇପାରିଲାନି । ତେଣୁ ନିଜର ସାନ ପୁଅକୁ ବିକ୍ରି କରିଥିବା କହିଛନ୍ତି ଶିଶୁର ବାପା ।

ଖବର ଜଣାପଡିବା ପରେ କଟକ CWCଙ୍କ ନିର୍ଦ୍ଦେଶକ୍ରମେ ଚାଇଲଡ୍‌ ଲାଇନ, ପୋଲିସ,ସିଡିପିଓ ଓ ସ୍ଥାନୀୟ ମହିଳା ମହାସଂଘ ପହଂଚି ଶିଶୁକୁ ଉଦ୍ଧାର କରିଥିଲେ । ଏବେ ପିଲାଟିକୁ CWC ନିକଟକୁ ନିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular