ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ କରାଯିବା ଉଚିତ୍। ଉପନିର୍ବାଚନ ପ୍ରାର୍ଥୀ ଚୟନ ଦାୟିତ୍ୱରେ ଥିବା ଦଳ ପ୍ରଭାରୀ ତଥା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଏପରି ସୂଚନା ଦେଇଛନ୍ତି। ଏସଂପର୍କରେ ଶ୍ରୀ ବାହିନୀପତି କହିଲେ, ନବଜ୍ୟୋତିଙ୍କର ସ୍ଥାନୀୟ ଅଞ୍ଚଳରେ ବିପୁଳ ସମର୍ଥନ ରହିଛି। ଏ ନେଇ ବାଲେଶ୍ବର କଂଗ୍ରେସର ବରିଷ୍ଠ ଓ ଯୁବ କର୍ମୀମାନେ ମଧ୍ୟ ତାଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କୁ ପ୍ରାର୍ଥୀ କରାଗଲେ ଦଳ ବି ଏକଜୁଟ୍ ହୋଇ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଲଢ଼େଇ କରିବ। ଖୁବଶୀଘ୍ର ସେ ଏ ନେଇ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ। ନବଜ୍ୟୋତି ବାଲେଶ୍ବର ଆସନ ପାଇଁ ପ୍ରାର୍ଥୀ ହେଲେ ନିଶ୍ଚିତ ଭାବେ କଂଗ୍ରେସର ବିଜୟ ହେବ ବୋଲି ଶ୍ରୀ ବାହିନୀପତି ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି। ପ୍ରକାଶଥାଉକି, ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବରର ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସରୁ ନବଜ୍ୟୋତି ପ୍ରତିଦ୍ବନ୍ଦିତା କରି ତୃତୀୟ ସ୍ଥାନରେ ରହିଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0