spot_img

କୋଭିଡ଼୍ ପାଇଁ କଟିବ ସାଂସଦଙ୍କ ୩୦ ପ୍ରତିଶତ ଦରମା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାଂସଦଙ୍କ ବେତନର ୩୦ ପ୍ରତିଶତ କାଟିବା ପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି । ମହାମାରୀ ପାଇଁ ସୃଷ୍ଟି ହୋଇଥିବା ସଙ୍କଟରୁ ବର୍ତ୍ତିବା ପାଇଁ ସାଂସଦଙ୍କ ବେତନରୁ ୩୦ ପ୍ରତିଶତ କାଟ ବିଧେୟକ ଆଜି ସଂସଦରେ ପାସ୍ ହୋଇଛି । ରାଜ୍ୟସଭାର ସଂସଦ ସଦସ୍ୟ ବେତନ, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ, ୨୦୨୦କୁ ପାସ୍ କରି ଦେଇଛନ୍ତି । ଲୋକସଭାରେ ଏହି ବିଧେୟକକୁ ମଙ୍ଗଳବାର ଦିନରୁ ହିଁ ମଞ୍ଜୁରୀ ମିଳିସାରିଛି ।
ସଂସଦର କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ରାଜ୍ୟସଭାରେ ସାଂସଦଙ୍କ ବେତନ ଓ ଭତ୍ତା କାଟ ସମ୍ବନ୍ଧୀୟ ବିଧେୟକ ପେଶ୍ କରିଥିଲେ । ଉଚ୍ଚ ସଦନରେ ଏହାକୁ ମଞ୍ଜୁରୀ ମିଳି ଯାଇଥିଲା । ଗୃହ ରାଜ୍ୟମନ୍ତ୍ରୀ ଜି.କିଶନ ରେଡ୍ଡୀ ବିଧେୟକ ପେଶ୍ କରିଥିଲେ । ଦୁଇ ବିଲ ଏକା ସହ ରଖାଯାଇଥିଲା ଓ ଦୁଇ ବିଲ ଧ୍ୱନି ମତରେ ପାସ୍ ହୋଇଥିଲା । ଏହି ଧନରାଶିକୁ କୋଭିଡ୍ ମାହମାରୀ ପାଇଁ ଉତ୍ପନ୍ନ ସ୍ଥିତିର ମୁକାବିଲା ପାଇଁ ବ୍ୟବହାର କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular