spot_img

ଭାରତୀୟ ଦଳର ଉପଅଧିନାୟକ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି । ତେବେ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ମ୍ୟାଚରେ ରୋହିତ ଶର୍ମା ଦଳର ଉପଅଧିନାୟକ ଭାବରେ ରହିବେ । ଅନ୍ୟପଟେ ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କୁ ସୁଯୋଗ ମିଳିବ କି ନାହିଁ ବୋଲି ଯେଉଁ ଆଶଙ୍ଖା ଉପୁଜିଥିଲା ତାଙ୍କୁ ଉପଅଧିନାୟକ ନିଯୁକ୍ତି ଦିଆଯିବା ପରେ ତାହା ଦୂର ହୋଇଯାଇଛି । ନିଜର ଆହତ ସମସ୍ୟା ଯୋଗୁଁ ଆଡିଲେଡ ଓ ମେଲବୋର୍ଣ୍ଣରେ ଖେଳାଯାଇଥିବା ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଥିଲେ ରୋହିତ । ତେବେ ଏହି ମ୍ୟାଚ ଗୁଡିକରେ ଦଳର ଉପଅଧିନାୟକ ଭାବରେ ଚେତେଶ୍ୱର ପୂଜାରା ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular