ପୁରୀ : ମାସ ମଧ୍ୟରେ କାର୍ତ୍ତିକ ମାସ ହେବ ପୂଣ୍ୟ ମାସ ବୋଲି କୁହାଯାଏ। ଏହି ମାସରେ ମନ୍ଦିର-ତୀର୍ଥସ୍ଥାନରେ ଭକ୍ତଙ୍କ ଭିଡ ଲାଗିଥାଏ। ଏହି ମାସରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ। କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି। କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0