spot_img

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ: ୩ ମୃତ

ଫ୍ରାନ୍ସ: ଚର୍ଚ୍ଚରେ ଆତଙ୍କ । ଫ୍ରାନ୍ସର ନାଇସ୍ ସହରରେ ଥିବା ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଛୁରୀ ଧରି ଚର୍ଚ୍ଚରେ ପଶି ଆକ୍ରମଣ କରିଛି ଜନୈକ ଆତଙ୍କୀ । ଜଣେ ମହିଳାଙ୍କ ମୁଣ୍ଡ କାଟିବା ସହ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଛି । ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଛନ୍ତି ନାଇସ୍ ମେୟର ଇସାଇ ଏସ୍ଟ୍ରୋସି । ଆକ୍ରମଣକାରୀ ବାରମ୍ବାର ‘ଆଲ୍ଲା ହୁ ଆକବର’ ଶବ୍ଦ ଉଚ୍ଚାରଣ କରୁଥିଲା । ଚର୍ଚ୍ଚରେ ମୃତୁ୍ୟ ବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଜଣେ ଚର୍ଚ୍ଚର ୱାଡେନ ଥିଲେ । ପୁଲିସ୍ ଆକ୍ରମଣକାରୀକୁ ଗୁଳି କରି କାବୁ କରିଛି । ଆହତ ଅବସ୍ଥାରେ ତାକୁ ହସ୍ପିଟାଲକୁ ନିଆଯାଇଛି । ସେ ଜୀବିତ ଅଛି । ପୁଲିସ୍ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ରହି ଛାନଭିନ୍ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular