ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା କାଲି ଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ତେବେ ଏନେଇ ବିଜେପିର ଜାତୀୟ ଗଣମାଧ୍ୟମ ପ୍ରଭାରୀ ଅନିଲ ବଲୁନି ଗୃହମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେ ଏହି ସମୟ ମଧ୍ୟରେ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ଅନେକ ରଣନୀତିକ ବୈଠକ ମଧ୍ୟ କରିବେ। ସମ୍ପ୍ରତି ରାଜନୈତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଅମିତ ଶାହାଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0