ସୁନ୍ଦରଗଡ : ନକଲି ମଦ ତିଆରି ରାକେଟର ପର୍ଦ୍ଦ।ଫାସ କରିଛି ଅବକାରୀ ବିଭାଗ। ସୁନ୍ଦରଗଡ ସଦର ଅବକାରୀ ରେଜଂର ଖୁଂଟଗାଁ ଓ ପାତିକିଯୋରରେ ସୁନ୍ଦରଗଡ ଅବକାରୀ ବିଭାଗର ଚଢାଉ । ଦୁଇଟି ନକଲି ମଦ କାରଖାନା ଠାବ ସହ ଲକ୍ଷାଧିକ ଟଙ୍କାର ମଦ ଏବଂ ବଟଲିଂ ସାମଗ୍ରୀ ଜବତ। ନକଲି ମଦ କାରଖାନା ଚଳାଉଥିବା ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ପୂର୍ବ ସୂଚନାକୁ ଆଧାର କରି ଅବକାରୀ ନିରୀକ୍ଷକ ସତ୍ୟଜିତ ଖଟୁଆଙ୍କ ନେତୃତ୍ବରେ ସଦର ଅବକାରୀ ଦଳ ଖୁଂଟଗାଁ ନିବାସୀ ଅଜିତ ଓରାମଙ୍କ ଘରେ ଚଢଉ କରିଥିଲେ। ସେଠାରେ ତାଙ୍କୁ ଝାରଖଣ୍ଡରୁ ଅଣା ହୋଇଥିବା ଶସ୍ତା ମଦ, ଖାଲି ମଦ ବୋତଲ, ନକଲି ସିଲ ଇତ୍ୟାଦି ମିଳିଥିଲା। ଅଜିତ ଶସ୍ତା ମଦକୁ ମହଂଗା ମଦ ବୋତଲରେ ଭର୍ତି କରି ନକଲି ସିଲ ମାରି ବଜାରରେ ବିକ୍ରୀ କରୁଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0